यह लेख ओड़िया भाषा में लिखा गया है। हमारी वेबसाइट की मुख्य भाषा हिंदी है।
ଏହି ଲେଖାରେ ଆପଣ କଣ ଜାଣିପାରିବେ? | What You Will Learn in This Article?
OdiaClass.comରେ ଆପଣ ରକ୍ତ ପରୀକ୍ଷା ବିଷୟରେ ମୌଳିକ ଧାରଣା (Basics of Blood Test) ସହଜ ଓ ସଠିକ ଭାବରେ ଶିଖିପାରିବେ। ଏହି ଲେଖାରେ ଆମେ ରକ୍ତ ପରୀକ୍ଷା କ’ଣ, ଏହା କେମିତି କରାଯାଏ, ତାହାର ପ୍ରକାର, ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ସଂପୂର୍ଣ୍ଣ ଅଲୋଚନା କରିବା। ଡିଏମଏଲଟି (DMLT) ପଢୁଥିବା ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କାମକରୁଥିବା କର୍ମଚାରୀ ଓ ସାଧାରଣ ଲୋକ ମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।
📑 Table of Contents
- 🧬 ରକ୍ତ ପରୀକ୍ଷା କ’ଣ?
- 🔍 ରକ୍ତ ପରୀକ୍ଷା କାହିଁକି ଦରକାର?
- 🧪 ରକ୍ତ ପରୀକ୍ଷାର ପ୍ରମୁଖ ପ୍ରକାର
- 🧫 ରକ୍ତ ପରୀକ୍ଷା କେମିତି କରାଯାଏ?
- 💡 ରକ୍ତ ପରୀକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
- 🤔 ରକ୍ତ ପରୀକ୍ଷା ସମୟରେ କେତେ ରକ୍ତ ନିଆଯାଏ?
- 📘 ଯେଉଁମାନେ DMLT ପଢ଼ୁଛନ୍ତି – ତାଙ୍କ ପାଇଁ ଏହା କିଏ ଗୁରୁତ୍ୱପୂର୍ଣ୍ଣ?
- 🌐 OdiaClass.com କାହିଁକି ବିଶ୍ୱସନୀୟ?
- 📩 ଯୋଗାଯୋଗ
🧬 ରକ୍ତ ପରୀକ୍ଷା କ’ଣ?
ପ୍ରକୃତରେ ରକ୍ତ ପରୀକ୍ଷା ହେଉଛି ଶରୀରର ରକ୍ତକୁ ସଠିକ୍ ବିଶ୍ଳେଷଣ କରି ବିଭିନ୍ନ ରୋଗ ଓ ଅସୁସ୍ଥତା ବିଷୟରେ ତଥ୍ୟ ସଂଗ୍ରହ କରିବାର ଏକ ବୈଜ୍ଞାନିକ ପ୍ରକ୍ରିୟା। ଏହା ମାଧ୍ୟମରେ ରୋଗର ନିଦାନ, ଚିକିତ୍ସାର ପ୍ରଗତି, ଓ ଶରୀରର ଆନ୍ତରିକ ଅବସ୍ଥା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥାଏ।
ରକ୍ତ ପରୀକ୍ଷା ହେଉଛି ଏକ ବିଶାଳ ବିଷୟ, ଦେଖିବାକୁଗଲେ ଅନେକ ପ୍ରକାରର ରକ୍ତ ପରୀକ୍ଷା ଅଛି। କିଛି ପରୀକ୍ଷା ଆପଣଙ୍କ ରକ୍ତ କଣିକା ଏବଂ ପ୍ଲେଟଲେଟ ଉପରେ ଅଧିକ ଧ୍ୟାନ ଦିଏ। ଆଉକିଛି ଆପଣଙ୍କ ରକ୍ତରେ ଥିବା ପଦାର୍ଥ ଯେପରିକି ଇଲେକ୍ଟ୍ରୋଲାଇଟ୍ସ, ପ୍ରୋଟିନ୍ ଏସବୁର ମୂଲ୍ୟାଙ୍କନ କରେ। ଏପରି ବି ବହୁତ୍ ରକ୍ତ ପରୀକ୍ଷା ଅଛି ଯାହା ଦ୍ଵାରା ଆପଣଙ୍କ ଶରୀରରେ ଥିବା ଖଣିଜ ପଦାର୍ଥ ର ଯାଞ୍ଚ କରାଯାଏ।
ଆପଣଙ୍କ କୌଣସିବି ରକ୍ତ ପରୀକ୍ଷା କରାଇବାର କାରଣ ଯାହା ହେଉନା କାହିଁକି ,ସବୁବେଳେ ମନେରଖିବା ଉଚିତ୍ ଯେ ରକ୍ତ ପରୀକ୍ଷା କରିବାଦ୍ୱାରା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଡାକ୍ତର ମାନଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିର୍ଣ୍ଣୟ କରିବାରେ ସାହାଯ୍ୟ ମିଳେ। କିନ୍ତୁ କେବଳ ଏକା ରକ୍ତ ପରୀକ୍ଷାର ଫଳାଫଳ ଆପଣଙ୍କ ସ୍ବାସ୍ଥ୍ୟର ମୂଳ ନିର୍ଣ୍ଣୟ ନୁହେଁ। ଏକ ଅସ୍ୱାଭାବିକ ବା ଅନିୟମିତ ରକ୍ତ ପରୀକ୍ଷା ଫଳାଫଳର ଅର୍ଥ ଏହା ନୁହେଁ ଯେ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି।
🔍 ରକ୍ତ ପରୀକ୍ଷା କାହିଁକି ଦରକାର?
- ରକ୍ତ ପରୀକ୍ଷା କରିବା ଦ୍ଵାରା ଆପଣ ନିଜ ରୋଗର ପୂର୍ବନିଧାରଣ କରିପାରିବେ, ଯାହାଫଳରେ ଆପଣଙ୍କୁ ଅଧିକ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ।
- ଯଦି ଆପଣଙ୍କୁ କୌଣସି ରୋଗ ଅଛି, ତେବେ ସେହି ରୋଗର ଅବସ୍ଥା ବୁଝିବାକୁ ରକ୍ତ ପରୀକ୍ଷା କରାଯାଏ। (ଉଦାହରଣ ସ୍ୱରୂପ: ଯଦି କାହାକୁ ଡାଇବେଟିସ ଅଛି, ତେବେ ବାରମ୍ବାର ପ୍ରତି ମାସରେ ରକ୍ତ ପରୀକ୍ଷା କରି ଅବସ୍ଥା ଜାଣିବା ପରେ ରୋଗୀକୁ ମେଡ଼ିସିନ୍ ଦିଆଯାଏ।)
- ଔଷଧର ପ୍ରଭାବ ଜାଣିବାପାଇଁ ମଧ୍ୟ ରକ୍ତ ପରୀକ୍ଷା କରାଯାଏ, ଯେମିତିକି ଯଦି ଆମେ ପୁଣି ଡାଇବେଟିସର ଉଦାହରଣ ନେବା ତେବେ ରୋଗୀ ଔଷଧ ଖାଇବା ପରେ ରକ୍ତ ପରୀକ୍ଷା କରିବା ଦ୍ୱାରା ତାର ଶରୀରରେ ଔଷଧଟି ଠିକ୍ କାମ କରୁଛି କି ନାହିଁ ଡାକ୍ତର ତାହା ଦେଖନ୍ତି।
- ଓପରେସନ୍ ପୂର୍ବରୁ ମଧ୍ୟ ରକ୍ତ ପରୀକ୍ଷା ବହୁତ୍ କାରଣ ପାଇଁ କରାଯାଏ, ଯେମିତିକି ଯଦି ଓପରେସନ୍ ମଧ୍ୟ ସମୟର ରକ୍ତର ଆବଶ୍ୟକତା ପଡ଼ିଲେ ଆଉ ଯାଞ୍ଚ କରିବାକୁ ପଡ଼ିବ ନାହିଁ।
- ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତି ମଧ୍ୟ ବେଳେ ବେଳେ ରକ୍ତ ପରୀକ୍ଷା କରିବା ଦ୍ଵାରା ଶରୀରରେ କମିଯାଇଥିବା ଭିଟାମିନ ଗୁଡ଼ିକୁ ପୂର୍ଣ୍ଣ କରିବାରେ ସହାୟତା ମିଳେ।
🧪 ରକ୍ତ ପରୀକ୍ଷାର ପ୍ରମୁଖ ପ୍ରକାର
- CBC (Complete Blood Count) – ଏହି ପରୀକ୍ଷା ଦ୍ଵାରା ଆପଣଙ୍କ ରକ୍ତରେ ଥିବା ମୋଟ କଣିକାର ଗଣନା କରାଯାଏ, ଯେମିତିକି ଲାଲ୍ ରକ୍ତ କଣିକା(RBC), ଶ୍ୱେତ ରକ୍ତ କଣିକା(WBC), ପ୍ଲେଟଲେଟ୍ (Platelets)
- Blood Sugar Test – Blood Sugar Test – ଏହି ପରୀକ୍ଷାଟି ଆପଣଙ୍କ ଶରୀରର ଗ୍ଲୁକୋଜ୍ ମାତ୍ରା ଜାଣିବା ପାଇଁ ବ୍ୟବହାର କରାଯାଏ,ଗ୍ଲୁକୋଜ ମାତ୍ରା ଅର୍ଥାତ୍ ଡାଇବେଟିସ।
- Lipid Profile – ଏହି ରକ୍ତ ପରୀକ୍ଷା ଦ୍ଵାରା କୋଲେଷ୍ଟ୍ରୋଲ ଓ ଫ୍ୟାଟ୍ ବିଶ୍ଳେଷଣ କରାଯାଏ, ଯଦି ଆପଣଙ୍କର ଅଧିକ କୋଲେଷ୍ଟ୍ରୋଲ ରହୁଛି ତେବେ ହୃଦ୍ ରୋଗର ସମ୍ଭାବନା ରହିପାରେ।
- Liver Function Test (LFT) – ଆପଣ ଦେଖିଥିବେ ଯେ ଅଧିକ ମଦ୍ୟପାନ କରୁଥିବା ଲୋକମାନଙ୍କର ଡାକ୍ତର LFT ପରୀକ୍ଷା କରନ୍ତି ଯାହା ଫଳରେ ଯକୃତର ଅବସ୍ଥା ଜଣାପଡ଼ିବ।
- Kidney Function Test (KFT) – ଏହି ପରୀକ୍ଷାରେ କିଡ୍ନି ର ଅବସ୍ଥା ଯାଞ୍ଚ କରାଯାଏ,ଯେମିତିକି କିଡ୍ନି ଠିକ୍ ଭାବରେ କାମ କରୁଛି କି ନାହିଁ କିମ୍ବା ପଥରି ହେଇଛିକି କିଡ୍ନିରେ।
- Thyroid Test – ଯଦି ଆପଣଙ୍କର ଅତ୍ୟଧିକ ଓଜନ କମୁଛି,ଅନିୟମିତ ହୃଦ୍ କମ୍ପନ ହେଉଛି କିମ୍ବା ଆହୁରି ଅନେକ କାରଣ ପାଇଁ ଡାକ୍ତର ଥାଇରଏଡ (T3, T4, TSH) ହରମୋନ୍ ଯାଞ୍ଚ ପାଇଁ କହିପାରନ୍ତି।
- Hemoglobin Test – ଏହି ପରୀକ୍ଷା ଦ୍ଵାରା ରକ୍ତରେ ଥିବା ହିମୋଗ୍ଲୋବିନ୍ ମାତ୍ରା ପରିଲକ୍ଷିତ କରାଯାଏ।
🧫 ରକ୍ତ ପରୀକ୍ଷା କେମିତି କରାଯାଏ?
ରକ୍ତ ପରୀକ୍ଷା ପାଇଁ ଏକ ଷ୍ଟେରାଇଲ୍ ସିରିଞ୍ଜ ବା କହିବାକୁ ଗଲେ ପୂର୍ବରୁ ବ୍ୟବହାର କରାନଯାଇଥିବା ସିରିଞ୍ଜ ଦ୍ୱାରା ରକ୍ତ ନିଆଯାଏ।
ହାତରେ ଶିର ଦେଖାଯାଉଥିବା ଅଂଶରୁ ରକ୍ତ ନେଇ ଆପଣଙ୍କ ପରୀକ୍ଷା ଅନୁକୂଳ ଏକ ଟେଷ୍ଟ୍ ଟ୍ୟୁବ୍ରେ ସେହି ରକ୍ତ ସଂଗ୍ରହ କରାଯାଏ।
ପରେ ଲ୍ୟାବରେ ଏହାକୁ ବିଭିନ୍ନ ପରୀକ୍ଷା ପାଇଁ ବିଭିନ୍ନ ନିୟମ ଏବଂ ବିଭିନ୍ନ କେମିକାଲ ଦ୍ଵାରା ଯାଞ୍ଚ କରାଯାଏ।
🧾 ରିପୋର୍ଟ ବିଶ୍ଳେଷଣ କିପରି କରିବେ?
ବର୍ତ୍ତମାନ୍ ସମୟରେ ଅଧିକାଂଶ ରିପୋର୍ଟର ଡାହାଣ ପାର୍ଶ୍ଵରେ ନର୍ମାଲ୍ ରେଞ୍ଜ ରହୁଛି ତାହା ସହିତ ତୁଳନା କଲେ ଆପଣ ସମସ୍ୟା ଜାଣିପାରିବେ।
କୌଣସି ଅସାଧାରଣ ମୂଲ୍ୟ ଦେଖିଲେ ଡରନ୍ତୁନାହିଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ତଦନୁସାରେ ଔଷଧ ନିଅନ୍ତୁ।
💡 ରକ୍ତ ପରୀକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
- ପରୀକ୍ଷା କରିବା ପୂର୍ବରୁ ଆପଣ କରିବାକୁ ଯାଉଥିବା ପରୀକ୍ଷାର ନିୟମ ସବୁ ବୁଝିନିଆନ୍ତୁ, କିଛି ପରୀକ୍ଷା ଖାଲି ପେଟରେ କରାଯାଏ ଏବଂ ଆଉକିଛି ଖାଇବା ପରେ।
- ପୂର୍ବରୁ ଖାଇଥିବା ଔଷଧର ତଥ୍ୟ ଡାକ୍ତରଙ୍କୁ ଦିଅନ୍ତୁ ଯାହା ଫଳରେ ଆପଣଙ୍କ ପରୀକ୍ଷା ଠିକ୍ ଭାବରେ ହେଇପାରିବ।
- ରକ୍ତ ପରୀକ୍ଷା ରିପୋର୍ଟକୁ ଧ୍ୟାନରେ ପଢ଼ନ୍ତୁ, ଏବଂ କିଛି ଅନିୟମିତତା ପାଇଲେ ଡାକ୍ତର ପରାମର୍ଶ ନିଅନ୍ତୁ।
🤔 ରକ୍ତ ପରୀକ୍ଷା ସମୟରେ କେତେ ରକ୍ତ ନିଆଯାଏ?
ରକ୍ତ ପରୀକ୍ଷା ସମୟରେ କେତେ ରକ୍ତ ନିଆଯିବ ତାହା ପରୀକ୍ଷାର ପ୍ରକାର ଉପରେ ନିର୍ଭର କରେ। ହାରାହାରି, ଏକ ସମ୍ପୂର୍ଣ୍ଣ ରକ୍ତ ଗଣନା (CBC) ପରୀକ୍ଷାରେ ପ୍ରାୟ 30 ମିଲିଲିଟର (mL) ରକ୍ତ ଲାଗିପାରେ। ଏହା ଆପଣଙ୍କୁ ବହୁତ ରକ୍ତ ପରି ଲାଗୁଥିବ, ବିଶେଷକରି ଯଦି ଆପଣ ଅନେକ ନମୁନା ଟ୍ୟୁବରେ ଆପଣଙ୍କ ରକ୍ତ ଦେଖୁଛନ୍ତି। କିନ୍ତୁ ଏହା ବହୁତ୍ ନୁହେଁ - କାରଣ ଜଣେ ବୟସ୍କ ବ୍ୟକ୍ତିଙ୍କ ଶରୀରରେ 4,500 ରୁ 5,700 ମିଲିଲିଟର ରକ୍ତ ଥାଏ ଏବଂ ସୁସ୍ଥ ବ୍ୟକ୍ତି ଶରୀରରେ ଏହାଠାରୁ ଅଧିକ।
📘 ଯେଉଁମାନେ DMLT ପଢ଼ୁଛନ୍ତି – ତାଙ୍କ ପାଇଁ ଏହା କିଏ ଗୁରୁତ୍ୱପୂର୍ଣ୍ଣ?
ରକ୍ତ ପରୀକ୍ଷା ସମ୍ପର୍କିତ ବିଷୟ ଯେପରିକି Hematology, Biochemistry, Serology ରେ ଏହି ଜ୍ଞାନ ଅତ୍ୟନ୍ତ ଦରକାର ଆସିପାରେ।
ଲାବ୍ରେ ମଧ୍ୟ କାମ କରିବା ସମୟରେ ପ୍ରାୟୋଗିକ ଅନୁଭବ ପାଇଁ ଏହି ତଥ୍ୟ ସବୁ ଦରକାର।
🌐 OdiaClass.com କାହିଁକି ବିଶ୍ୱସନୀୟ?
- ପ୍ରଥମ – ଆମେ ଓଡ଼ିଆ ଭାଷାରେ ସଠିକ ଓ ସହଜ ଶିକ୍ଷା ଦେଉଛୁ
- ଦ୍ଵିତୀୟ – DMLT ଓ ମେଡିକାଲ୍ ଛାତ୍ରଛାତ୍ରୀ ପାଇଁ ବିଶେଷ କୋଣରୁ ତଥ୍ୟ ଉପସ୍ଥାପନ
- ତୃତୀୟ – ନିୟମିତ ଅଦ୍ୟତନ, ବିଶ୍ୱସନୀୟ ସୂତ୍ର ଉପରେ ଆଧାରିତ
- ଚତୁର୍ଥ – ସମ୍ପୂର୍ଣ୍ଣ ଓଡ଼ିଆରେ ଅନୁଭୂତି ଦେଇ ପଢ଼ିବାର ମଜା
📩 ଯୋଗାଯୋଗ
ଯଦି ଆପଣ ଆଉ ଏହି ପ୍ରକାର ଶିକ୍ଷାମୂଳକ ଉପଦେଶ ପାଇଁ ଆଗ୍ରହୀ, ତେବେ ଆମକୁ ଯୋଗାଯୋଗ କରନ୍ତୁ:
📧 Email: odiaclass.com@gmail.com
👉 ଅନ୍ତେ: ରକ୍ତ ପରୀକ୍ଷା ଏକ ସରଳ କାମ ପରି ଦେଖିବାକୁ ଲାଗୁଥିଲେ ମଧ୍ୟ ଏହା ମଧ୍ୟରେ ଅନେକ ଗୁରୁତ୍ୱ ଅଛି। ଅଧିକ ଜାଣିବା ପାଇଁ OdiaClass.com ସହିତ ଯୋଡ଼ିହୋଇ ରୁହନ୍ତୁ।